Love Dhoka
Advertisment
ରାସ୍ତାରେ ସାବିତ୍ରୀ । ସତ୍ୟବାନ୍ ଫେରାର୍ । ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୂର । ମୋବାଇଲରେ ବାହାଘର ବେଳର ସ୍ମୃତି । ଯିଏ ମଥାରେ ସିନ୍ଦୂର ପିନ୍ଧାଇ ବୋହୂ କରି ନେଇଯିବାର ପ୍ରତିଶ୍ରୁତି ଦେଇଥିଲା, ସିଏ ଏବେ ଆଉ କାହା ହାତ ଧରି ଘର ସଂସାର କରୁଛି । ସୋମବାର ଦିନ ଥିଲା ସାବିତ୍ରୀ ବ୍ରତ, ଭୁବନେଶ୍ୱରର ରାଜରାସ୍ତାରେ ମୁହଁକୁ ଲୁଚାଇ କାନ୍ଦୁଥିଲେ ଏହି ମହିଳା । କାରଣ ତାଙ୍କ ଭରସା ଭାଙ୍ଗି ସାରିଛି । ମନର ମଣିଷ ତାଙ୍କୁ ଧୋକା ଦେଇଛି । ଯେମିତି ଏ ଆଖିର ଲୁହ ଛଡ଼ା ତାଙ୍କ ପାଖରେ ଏବେ ଆଉ କିଛି ନିଜର ହିଁ ନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us