ପୁଣି ଲଭ-ସେକ୍ସ-ଧୋକା ଅଭିଯୋଗ । ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । OAS ଅଧିକାରୀ ହେବା ପୂର୍ବରୁ ପ୍ରେମ କଲେ, ଶାରୀରିକ ସଂପର୍କ ରଖିଲେ ଓ ଗର୍ଭ ନଷ୍ଟ କରାଇଥିବା ଭଳି ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ ଲୁଚିଛପି ବିବାହ ବି କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଯୁବତୀ । ତେବେ OAS ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବାବୁ ଜଣକ ଆଉ ଯୁବତୀଙ୍କୁ ଗ୍ରହଣ କରୁନଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।