ଭାଙ୍ଗିବ କି KIITର ବେଆଇନ୍‌ ନିର୍ମାଣ ? ସ୍ପେଶାଲ୍‌ ଡ୍ରାଇଭ ପାଇଁ ସରକାର କରୁଛନ୍ତି ଯୋଜନା । KIIT ଉପରେ ନିଆଯିବକି କଡ଼ା ଆକସନ୍‌ ? KIIT ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏମିତି କିଛି ମତ ରଖିଛନ୍ତି । ସିଧାସିଧା ନକହିଲେବେ ତାଙ୍କର କିଛି କଥା KIIT ଅନୁଷ୍ଠାନ ଉପରେ ଭାରି ପଡ଼ିପାରେ ବୋଲି ଚର୍ଚ୍ଚା ହେଲାଣି । ପୃଥ୍ୱୀରାଜ କହିଛନ୍ତି, ଖୁବ୍‌ ଶୀଘ୍ର ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ । ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ୍‌ ଡ୍ରାଇଭ ପାଇଁ ଯୋଜନା ଚାଲିଛି । ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭର ଯୋଜନା କରାଯାଉଛି । ବ୍ୟବସାୟିକ ଉଦ୍ଦେଶ୍ୟ ହେଉ ବା ବେଆଇନ ହେଉ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।