Last updated: 17 February 2025, 10:01 AM IST
ବିବାହ କରିବେ ଅନୁଭବ ! ବାନ୍ଧବୀରୁ ପତ୍ନୀ ସାଜିବେ କି ଜାଗୃତି ? ଅନୁଭବଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚନ ସମୟରେ ଏମିତି କିଛି ଗ୍ରୀନ ସିଗ୍ନାଲ ଦେଇଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଳା । ସାମ୍ବାଦିକମାନେ ରଖିଥିବା ପ୍ରଶ୍ନର ସିଧା ସିଧା ଉତ୍ତର ନେଇଥିଲେ ମଧ୍ୟ ଅନୁଭବଙ୍କ ସହ ବିବାହକୁ ନେଇ ସେ ବୁଲାଇ ବଙ୍କାଇ ଗ୍ରୀନ୍ ସିଗନାଲ ଦେଇଛନ୍ତି । ଜାଗୃତିଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ସୋସିଆଲ ମିଡିଆରେ ଆପଣ ଓ ଅନୁଭବଙ୍କ ଭିଡିଓ ପୋଷ୍ଟ କରାଗଲେ ପ୍ୟାନ୍ସ ମାନେ ଆପଣଙ୍କୁ ଭାଉଜ ବୋଲି ସମ୍ବୋଧନ କରୁଛନ୍ତି । ଆଉ ଏହାର ଉତ୍ତରରେ ଜାଗୃତି କହିଥିଲେ, ଅନୁଭବ ନିଶ୍ଚୟ ଫ୍ୟାନ୍ସମାନଙ୍କ ଉଚ୍ଛା ପୂରଣ କରିବେ ।