ସାଧାରଣ ଲୋକଙ୍କ ପରିବା ଆଳୁ । ଗରିବ ହୁଅନ୍ତୁ କି ଧନୀ, ସମସ୍ତଙ୍କ ଖାଦ୍ୟରେ ଆଳୁର ରାଜ । ହେଲେ ଗତ କିଛି ଦିନ ଧରି ପରିବାର ବଜାରରେ ଆଳୁ ସାଜିଛି ଦାଉ । କିନ୍ତୁ ଏଠି ପ୍ରଶ୍ନ, ଆଳୁ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ଏତେ ନିର୍ଭରଶୀଳ କାହିଁକି ? ଓଡ଼ିଶା ପାଣିପାଗରେ ଆଳୁ ଚାଷ ହୋଇପାରୁନାହିଁ କି ? ଚାଷୀ କାହିଁକି ଆଳୁ ଚାଷ କରୁନାହାନ୍ତି ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆମେ ପହଞ୍ଚିଥିଲୁ ବଲାଙ୍ଗିର ଜିଲ୍ଳା ଆଗଲପୁର ବ୍ଳକରେ। ସେଠାରେ କିଛି ଚାଷୀଙ୍କୁ ଭେଟିଥିଲୁ।