Advertisment

ବିରୋଧକୁ ଭୃକ୍ଷେପ ନାହିଁ, ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ନାହିଁ

ବିରୋଧକୁ ଭୃକ୍ଷେପ ନାହିଁ, କି ସମାଲୋଚନାକୁ ଡର ନାହିଁ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେବାର ଅପଚେଷ୍ଟାରୁ ହଟୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିକି ମହାନ ଜଗନ୍ନାଥ ସଂସ୍କୃତିକୁ ଉପହାସ, ଓଡ଼ିଆଙ୍କୁ ତାଚ୍ଛଲ୍ୟ କରିବା ଭଳି ବୟାନ ରଖି ପୁଣି ବିବାଦକୁ ଆସିଛନ୍ତି ମମତା । ଏପଟେ ବିବାଦ ବଢୁଥିବା ବେଳେ ମାମଲାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁଦର୍ଶନ ପଟ୍ଟାନାୟକ ।

Advertisment

ବିଶ୍ୱର ଅଗଣିତ ହିନ୍ଦୁଙ୍କ ଭାବନାକୁ ଭୃକ୍ଷେପ ନାହିଁ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଚିନ୍ତା ଓ ଚେତନାକୁ ପରୱା ନାହିଁ କି ମହାନ ଜଗନ୍ନାଥ ସଂସ୍କୃତି ପ୍ରତି ସମାନ୍ୟତମ ସମ୍ମାନ ବି ନାହିଁ ବରଂ ନିଜ ଆସ୍ପର୍ଦ୍ଧା, ଅହଙ୍କାର, ଜିଦିରେ ଅଟଳ ରହି ତାଚ୍ଛଲ୍ୟ କରିବାକୁ ପଛାଉ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ବିଶ୍ବର ଆଉ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ ବୋଲି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କ ଘୋଷଣା, ଓଡ଼ିଶା ସରକାରଙ୍କ ବିରୋଧ ଏବଂ ସର୍ବୋପରି କୋଟି କୋଟି ଭକ୍ତଙ୍କ ସମ୍ମିଳିତ ସ୍ବର ପରେ ବି ଦୀଘାକୁ ଧାମ କହିବାର ଜିଦିରୁ ବିରତ ହେଉନାହାନ୍ତି ମମତା । 

Advertisment
Mamata Banerjee Jagannath Temple Digha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ