prisa
ଆମକୁ ନ୍ୟାୟ ଦରକାର। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରିସା ଶାହଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ଅନ୍ତ୍ୟେଷ୍ଟି ପାଇଁ ନେବା ବେଳେ ଆଜି ଏମିତି ଗୁହାରି କରିଛନ୍ତି ପ୍ରିସାଙ୍କ ବାପା। ପରିବାରର ସନ୍ଦେହ ଦୃଢମନା ଝିଅ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ, ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରି ଘଟଣା ପଛର କାରଣ ଖୋଜୁ ପୋଲିସ। ସେପଟେ ରାଜ୍ୟ ସରକାରଙ୍କୁ ଏନଏଚଆରସିର କ୍ୟାର୍ଯ୍ୟାନୁଷ୍ଠାନ ରିପୋର୍ଟ ନୋଟିସ୍ ପରେ ୟୁଜିସି ମଧ୍ୟ ନିଜ ଆଡ଼ୁ ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିବାରୁ କିଟର ଅଡୁଆ ବଢ଼ି ଚାଲିଛି।
ଯେଉଁ ଅଲିଅଳି ଝିଅ ସହ ଗୁରୁବାର ଅପରାହ୍ଣ 3ଟାରେ କଥା ହେଲେ, ମାନସିକ ଅବଶାଦର ଟିକିଏ ବି ସୁରାକ୍ ପାଇ ନଥିବା ସେଇ ଝିଅ ସଂଧ୍ୟା 7ଟା ବେଳକୁ ଯେ ଆତ୍ମହତ୍ୟା କରିଦେବ, ସେ କଥାକୁ କେମିତି ବା ଗ୍ରହଣ କରିପାରନ୍ତେ ବାପା-ମାଆ। ନିମିଷକରେ ସ୍ବପ୍ନଭଙ୍ଗର କ୍ଷଣ ଇଏ। ଶବ ବ୍ୟବଚ୍ଛେଦ ପରେ ଝିଅର ମଲାଦେହକୁ ଆଉ ନିଜ ମାଟି ନେପାଳକୁ ନନେଇ ପୁରୀ ସ୍ବର୍ଗଦ୍ବାରକୁ ନେବା ବେଳର ଦୃଶ୍ୟ ଇଏ। ଆଉ ଏତିକି ବେଳେ ଆମକୁ ନ୍ୟାୟ ଦରକାର କହି ବାପା ଶ୍ୟାମ ଶାହଙ୍କ କ୍ଷୋଭ ଏଯାଏଁ ଖାଲି ମୃତଦେହ ଜବତ ହୋଇଛି, ଦୁଇ ଦିନ ହେଲାଣି କିଛି ବି କାର୍ଯ୍ୟାନୁଷ୍ଠାନ ନାହିଁ। ପରିବାର ଏବେ ବି ବୁଝି ପାରୁନାହାନ୍ତି, ଝିଅ ଯଦି ଆତ୍ମହତ୍ୟା କରିଛି, ତାହେଲେ କଲା କାହିଁକି? କଣ ୟା ପଛର କାରଣ? ଝିଅର ପିଉସା କହିଛନ୍ତି, ପ୍ରିସା ମାନସିକ ସ୍ତରେ ଏତେ ଦୁର୍ବଳ ନୁହେଁ ଯେ, ନିଜ ସମସ୍ୟା ସମ୍ପର୍କରେ କିଛି ନଜଣାଇ ଏଭଳି ଚରମ ନିଷ୍ପତ୍ତି ନେଇଯିବ। ତେଣୁ ସରକାରଙ୍କୁ ନିବେଦନ ଉଚ୍ଚସ୍ତରୀୟ ତଦନ୍ତ ହେଉ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us