Advertisment

ଗାଁରେ ନାହିଁ ବିଜୁଳି, ଅନ୍ଧାରରେ ବିତୁଛି ଜୀବନ

ଏବେ ବି ଗାଁରେ ନାହିଁ ବିଜୁଳି। ବିଦ୍ୟୁତ୍ ସେବା ଖାଲି ଯାହା ବହିରେ ପଢ଼ିଛନ୍ତି ପିଲାଏ। ଆଜି ବି ଏମିତି ଗାଁ ଅଛି, ଏମିତି ଅନ୍ଧାରରେ ଲୋକେ ରହୁଛନ୍ତି।

Advertisment

ଜଙ୍ଗଲ, ପାହାଡ଼ ଘେରା ଗାଁ। ଚାରିଆଡ଼େ ପ୍ରାକୃତିକ ସନ୍ଦୌର୍ଯ୍ୟରେ ପରିପୂର୍ଣ୍ଣ। ଗାଁ ଦୂରରୁ ଦିଶୁଛି ଭାରୀ ସୁନ୍ଦର କିନ୍ତୁ ପାଖକୁ ଗଲେ ଜାଣିବେ କେତେ କଷ୍ଟରେ ରୁହନ୍ତି
ଏଠାକାର ଲୋକେ। ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକର ଦୋରିଙ୍ଗା, ଝିରିପଡ଼ା ଏବଂ ଶିଉଳି ଗାଁ। ଲୋକେ ଦେଶ ସ୍ବାଧୀନତାର ପ୍ରାୟ ୮ ଦଶନ୍ଧି ପରେ ବି ପାଇନାହାନ୍ତି ବିଦ୍ୟୁତ୍ ବ୍ୟବସ୍ଥା। ଘରକୁ ପହଞ୍ଚିନି ବିଜୁଳୀ, ଏବେ ବି ଅନ୍ଧାରରେ ରହୁଛନ୍ତି ଲୋକେ। ଶୁଣିକି ଆଶ୍ଚର୍ଯ୍ୟ ହେବେ ଏଠି ଲୋକେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇନାହାନ୍ତି। ଆଖପାଖରେ ସ୍କୁଲ ନାହିଁ ୨୦ କିଲୋମିଟର ଦୂର ଆଶ୍ରମ ବିଦ୍ୟାଳୟକୁ ଯାଉଛନ୍ତି ପିଲାଏ। ଭତ୍ତା ଟଙ୍କା, ରାସନ୍ ସାମଗ୍ରୀ ଆଣିବାକୁ ଯିବାକୁ ପଡ଼ୁଛି ୨୫ କିଲୋମିଟର ଦୂର ଜଗନ୍ନାଥପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ। 

Advertisment
No Electricity In Villages
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ