ଫିଟନେସ୍ ନଥିବା ଗାଡ଼ି ସାବଧାନ । ବିନା ଫିଟନେସ୍ କି ରେଜିଷ୍ଟ୍ରେସନରେ ଗଡୁଥିଲେ, ହେବ କଡ଼ା ଆକ୍ସନ । ଗାଡ଼ି ସିଜ୍ ହେବ, ମାଲିକଙ୍କ ନାଁରେ ମାମଲା ବି ହେବ । ରାଜ୍ୟ ପରିବହନ ବିଭାଗର ଏ କଡ଼ା ନିଷ୍ପତ୍ତି ସାଙ୍ଗକୁ ବିଭାଗୀୟ ମନ୍ତ୍ରୀ ବିଭୁତି ଜେନାଙ୍କ ଚେତାବନୀ ପରେ ଏବେ ଚାରିଆଡ଼େ ଛନକା। ଏମିତିକି ଏନେଇ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ କରିବାକୁ ସବୁ ଆରଟିଓ ମାନଙ୍କୁ ବି ନିର୍ଦ୍ଦେଶନାମା ଜାରି ହେଲାଣି।