Advertisment

ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।

Advertisment

ପ୍ରଚଣ୍ଡ ଖରା ସାଙ୍ଗକୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଜନଜୀବନକୁ ହନ୍ତସନ୍ତ କରୁଛି । ଗୋଟେ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ପୂରା ଓଡ଼ିଶା ତତଲା କଡ଼େଇରେ ଭାଜି ହେଉଥିବା ବେଳେ ଲୋକଙ୍କୁ ଅଧିକ କଲବଲ କଲାଣି ଘନ ଘନ ଅଘୋଷିତ ବିଜୁଳି କାଟ । କେବଳ ନବରଙ୍ଗପୁର ନୁହେଁ, ବାଲେଶ୍ୱରର ସୋର ହେଉ କି କୋରାପୁଟର ଲମତାପୁଟ, ଅବା ମୟୂରଭଞ୍ଜର ବାରିପଦା, ସବୁଠି ଦହଗଞ୍ଜ କରୁଛି ଘଡ଼ିକୁ ଘଡ଼ି ବିଦ୍ୟୁତ୍ କାଟ। ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ କିଏ ଗଛ ମୂଳେ ବସିରହୁଛି, ତ’ ଆଉ କିଏ ବିଞ୍ଛଣା ଧରି ବିଞ୍ଛି ହେଉଛି । ନା ଘରେ ରହି ହେଉଛି, ନା ବାହାରକୁ ଯାଇ ହେଉଛି । ଦିନବେଳା ଲୋକେ ଆଉଟୁ ପାଉଟୁ, ରାତି ହେଲେ ସ୍ଥିତି ସାଂଘାତିକ । ରାଜ୍ୟର ସବୁ କୋଣ ଅନୁକୋଣରୁ ଆସୁଛି ବିଦ୍ୟୁତ୍ କାଟର ଏମିତି ପୁଳା ପୁଳା ଅଭିଯୋଗ । ଏହାକୁ ନେଇ ବିଦ୍ୟୁତ୍ ବିତରଣ କମ୍ପାନି ଟାଟା ପାୱାର ବିରୋଧରେ ବିଷ ଓଗାରୁଛନ୍ତି ଉପଭୋକ୍ତା । ତେବେ ଟାଟା ପାୱାର କର୍ତ୍ତୃପକ୍ଷ କହିଛନ୍ତି, ପାୱାର କଟ୍ ହେଉନି। ଅନ୍ପ୍ଲାନଡ୍ ଫଲ୍ଟରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି

Advertisment
Heat Wave TATA Power Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ