ଯାଆଁଳା ଭାଇଙ୍କ ସମାନ ନମ୍ବର ହେଲା କେମିତି ?
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋହନ ଲେଙ୍କା। ପେସାରେ ପ୍ରଧାନ ଶିକ୍ଷକ। ଏମ୍ଭି-୭୯ ସ୍ଥିତ ସାବେରୀ ଉଚ୍ଚ ବିଦ୍ୟାଳୟରେ ପଢ଼ନ୍ତି ତାଙ୍କର ଦୁଇ ଯାଆଁଳା ପୁଅ ଡାନିଏଲ ଓ ଡମ୍ବରୁ। ଦୁହେଁ ଦେଖିବାକୁ ଯେମିତି ସମାନ ପଠା ପଢ଼ାରେ ବି ଠିକ୍ ସେମିତି। କେହି କାହାଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଦୁହେଁ ମିଶି ପାଠ ପଢ଼ୁଥିଲେ। ଏକାଠି ମାଟ୍ରିକ୍ ପରୀକ୍ଷା ବି ଦେଇଥିଲେ। ଏବେ ଉଭୟଙ୍କ ସାମନ ମାର୍କ ଆଣି ଜିଲ୍ଲା ଟପ୍ପର ହୋଇଛନ୍ତି। ସମସ୍ତ ବିଷୟର ମାର୍କ ଅଲଗା ଥିଲେ ମଧ୍ୟ ସର୍ବମୋଟ ମାର୍କ କିନ୍ତୁ ଉଭୟଙ୍କର ସମାନ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁହିଁଙ୍କୁ ଜିଲ୍ଲାରୁ ଶୁଭେଛାର ସୁଅ ଛୁଟୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us