Advertisment

Biju Patnaik vs Harekrushna Mahatab: କଟକରେ ମହତାବଙ୍କ ଗୁଣଗାନ କଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନିଜ ଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମହତାବଙ୍କୁ ଓଡ଼ିଶାର ସର୍ଦ୍ଦାର ପଟେଲ ଭାବେ ତୁଳନା କରିଥିଲେ। ମୋହନ କହିଥିଲେ- ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନରେ ମହତାବ ଅଗ୍ରଣୀ ଭୂମିକା ନେଇଥିଲେ। ୨୬ଟି ଗଡ଼ଜାତ ଅଞ୍ଚଳକୁ ଓଡ଼ିଶାରେ ମିଶାଇଥିଲେ, ସ୍ବଳ୍ପ ସମ୍ବଳରେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ସହ ନୂଆ ରାଜଧାନୀ ପ୍ରତିଷ୍ଠା କରିଥିଲେ।

Advertisment

ଓଡ଼ିଶା ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ମହତାବ,ତାଙ୍କ ଜୀବନୀରୁ ଖାଲି ଓଡ଼ିଶା ନୁହେଁ, ସାରା ଦେଶବାସୀ ବି ପାଆନ୍ତି ପ୍ରେରଣା । ଆଜି କଟକରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀରେ ବଖାଣିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଗଡ଼କରୀ ଆହୁରି ମଧ୍ୟ କହିଥିଲେ- ମହତାବ ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ କାମ କରିଥିଲେ। ତାଙ୍କୁ ସବୁବେଳେ ଲୋକେ ମନେ ରଖିବେ।

Advertisment
Harekrushna Mahtab Biju Patnaik Nitin Gadkari Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ