Last updated: 21 April 2024, 09:49 PM IST
ହାତରେ କିଛି ମାଟି ପାତ୍ର ଓ ପିଇବା ପାଣି, ସାଙ୍ଗରେ ଖଣ୍ଡିଏ ସିଡି। ପ୍ରଚଣ୍ଡ ତାତିରେ ଘଂଚ ଜଙ୍ଗଲ ଓ ପାହାଡରେ ଘୁରି ବୁଲୁଛନ୍ତି କିନ୍ନର ଚିନ୍ମୟୀ। ଗଛକୁ ଗଛ ଚଢି ପଶୁପକ୍ଷୀଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି ପିଇବା ପାଣିର। କେଉଁଠି ଗଛ କୋରଡରେ କଳସରେ ପାଣି ରଖୁଛନ୍ତି ତ କେଉଁଠି ଶିକାରେ ଝୁଲାଇ ଦେଉଛନ୍ତି। ଖରାରେ ଡହଳ ବିକଳ ହେଉଥିବା ପଶୁପକ୍ଷୀଙ୍କ ପାଟି ଫିଟୁନଥିବାରୁ ସେମାନଙ୍କ ଦରଦ ବୁଝିଛନ୍ତି ଚିନ୍ମୟୀ। କେବଳ ପାଣି ନୁହେଁ, ଖାଦ୍ୟ ବି ଦେଉଛନ୍ତି।