Advertisment

Tragic Incident at Nandankanan: ମା’ ହେଇଗଲା ପିଶାଚୀ; ଜନ୍ମଦେଇ ନିଜ ଛୁଆକୁ ଖାଇଦେଲା

ପ୍ରଥମ ଥର ମା’ ହେଲା, ହେଲେ ହେଇଗଲା ପିଶାଚୀ। ଜନ୍ମଦେଇ ନିଜ ଛୁଆକୁ ନିଜେ ଖାଇଦେଲା। ମା’ ହେଇ ନେଇପାରିଲା ନାହିଁ ଯତ୍ନ। ତିନି ଛୁଆରୁ ଦୁଇଟିକୁ ମାରିଦେଲା। ଏଭଳି ଏକ କରୁଣ ଦୃଶ୍ୟ ଭୁବନେଶ୍ୱର ନନ୍ଦନକାନନର ଜୁଲୋଜିକାଲ ପାର୍କରେ ଦେଖିବାକୁ ମିଳିଛି।

Tragic Incident at Nandankanan

ମା’ ହେଇଗଲା ପିଶାଚୀ; ଜନ୍ମଦେଇ ନିଜ ଛୁଆକୁ ଖାଇଦେଲା Photograph: (OTV)

Advertisment

ପ୍ରଥମ ଥର ମା’ ହେଲା ବାଘୁଣୀ ଜୟଶ୍ରୀ, ହେଲେ ହେଇଗଲା ପିଶାଚୀ। ଜନ୍ମଦେଇ ନିଜ ଛୁଆକୁ ନିଜେ ଖାଇଦେଲା। ମା’ ହେଇ ନେଇପାରିଲା ନାହିଁ ନିଜ ପିଲାମାନଙ୍କ ଯତ୍ନ। ତିନି ଛୁଆରୁ ଗୋଟିଏ ମରିଗଲା, ଆଉ ଗୋଟିଏକୁ ନିଜେ ବାଘୁଣୀ  ମାରିଦେଲା।

Advertisment

ଏଭଳି ଏକ କରୁଣ ଦୃଶ୍ୟ ଭୁବନେଶ୍ୱର ନନ୍ଦନକାନନର ଜୁଲୋଜିକାଲ ପାର୍କରେ ଦେଖିବାକୁ ମିଳିଛି। ଏଠାରେ ୩ ବର୍ଷୀୟ ବାଘୁଣୀ ଜୟଶ୍ରୀ ପ୍ରଥମ ଥର ପାଇଁ ପିଲା ଜନ୍ମ କରିଛି। ଜୟଶ୍ରୀ ୨୭ ଡିସେମ୍ବର ୨୦୨୫ରେ ତିନିଟି ବାଘ ଛୁଆ ଜନ୍ମ ଦେଇଛଛି। ଗର୍ଭଧାରଣର ଅବଧି ୧୦୧ ଦିନ ଥିଲା। 

ତେବେ ପ୍ରଥମ ପ୍ରସବ ହୋଇଥିବାରୁ ବାଘୁଣୀ ଜୟଶ୍ରୀ ମଧ୍ୟରେ ସେପରି ମାତୃସ୍ନେହ ଦେଖାଯାଇ ନଥିଲା। ସେ ଛୁଆମାନଙ୍କୁ ଠିକ୍‌ଭାବେ ଦେଖାଶୁଣା କରିପାରି ନଥିଲା।

Advertisment

ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଲିକ୍ କରନ୍ତୁ

ପ୍ରଥମ ଛୁଆ ଦିନ ପ୍ରାୟ ୧୧ଟା ୫୫ ମିନିଟ୍‌ରେ ଜନ୍ମ ହୋଇଥିବା ବେଳେ ବାଘୁଣୀ ଛୁଆଟି ପ୍ରତି କୌଣସି ଯତ୍ନ ନ ନେଇଥିବାରୁ, ଏହାକୁ ତୁରନ୍ତ ନିଓନେଟାଲ କେୟାର ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଜୀବିତ ଥିବାବେଳେ ଜୁ ଭେଟେରିନାରୀ ଡାକ୍ତରମାନଙ୍କ ନିରନ୍ତର ନଜରରେ ରହିଛି।

ତେବେ ଦ୍ୱିତୀୟ ଛୁଆ ଦିନ ୩ଟା ୩୩ ମିନିଟ୍‌ରେ ଜନ୍ମ ନେଇଥିଲା ଏବଂ ଜନ୍ମ ସମୟରୁ ବହୁତ ଦୁର୍ବଳ ଥିଲା। ଛୁଆଟିକୁ ସମ୍ଭାଳୁଥିବା ବେଳେ ବାଘୁଣୀ ଜୟଶ୍ରୀ ହଠାର ତା’ ଉପରେ ପଡ଼ିଯାଇଥିଲା, ଫଳରେ ସେ ଗୁରୁତର ଆହତ ହୋଇଥିଲା। ତାକୁ ତୁରନ୍ତ ଅଲଗା କରାଯାଇଥିଲେ ମଧ୍ୟ ଛୁଆଟି ଆଘାତ ସହି ନପାରି ସେଠାରେ ମୃତ୍ୟୁବରଣ କରିଥିଲା। ହେଲେ ତୃତୀୟ ଛୁଆଟି ୪ଟା ୫୫ ମିନିଟ୍‌ରେ ଜନ୍ମ ହୋଇଥିଲେ ମଧ୍ୟ କିଛି ସମୟ ପରେ ବାଘୁଣୀ ନିଜେ ଏହାକୁ ଖାଇଦେଇଥିଲା। ତିନୋଟି ଛୁଆ ମଧ୍ୟରୁ ଏବେ କେବଳ ଗୋଟିଏ ଛୁଆ ଜୀବିତ ରହିଛି। 

Advertisment

ଏହି ଜନ୍ମ ସହ ନନ୍ଦନକାନନ ଜୁଲୋଜିକାଲ ପାର୍କରେ ମୋଟ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏଥିରେ ୧୮ଟି ପୁରୁଷ ବାଘ ଥିବା ବେଳେ ୧୧ଟି ମହିଳା ବାଘ ଅଛନ୍ତି।

Nandankanan Animal Tiger
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ