Makar Special Sweet Photograph: (OTV)
ଭଳିକି ଭଳି ଗଢ଼ା ଚାଲିଛି ମିଠା । ରଙ୍ଗ ବେରଙ୍ଗର ଏ ମିଠାକୁ ଯିଏ ଦେଖିବ କିଣିନେବାକୁ ମନ କରିବ । ମକର ସଂକ୍ରାନ୍ତି ପାଇଁ ଏ ପ୍ରସ୍ତୁତି । ସାଧାରଣତଃ ମକର ସଂକ୍ରାନ୍ତିରେ ଚୂଡ଼ା ସାଙ୍ଗକୁ ବିଭିନ୍ନ ପ୍ରକାର ମିଠା ନେଇ ଲୋକେ ପୂଜାର୍ଚ୍ଚନା କରନ୍ତି ।
ତା’ ସହିତ ବାପା ଘରୁ ଝିଅ ଘରକୁ ମିଠା ପଠାଇବାର ଵିଧି ମଧ୍ୟ ରହିଛି । ସେ ସବୁକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମିଠା ତିଆରି କରୁଛନ୍ତି ଏହି ସ୍ବତନ୍ତ୍ର ମକର ମିଠା । ବେସନ, ମଇଦା, ଘିଅ ଏବଂ ଚିନି ପରି ବିଭିନ୍ନ ସାମଗ୍ରୀରୁ ଏହି ସବୁ ମିଠା ତିଆରି କରିଥାନ୍ତି କାରିଗର ।
ବାଲେଶ୍ୱର ମଣ୍ଡଳ ବଜାରର ମକର ପାଇଁ ଜୋରଦାର ମିଠା ତିଆରି ଚାଲିଛି । ଆଉ ଏହି ମିଠାର ନାଁ ବି ବେଶ୍ ନିଆରା । ଯେମିତି କି, ବାଲେଶ୍ବରୀ ଗଜା, ବାଲେଶ୍ବରୀ ଲବଙ୍ଗୀ ଲତା, ନୌକା ଗଜା, ବିରୁଡ଼ି ବସା, ଧଳା ତିଳା, ଲାଲି ତିଲାଉ ଭଳି ଅନେକ ନାଁ ।
ଚଳିତ ବର୍ଷ ଏହି ସବୁ ମିଠା କେଜି ପ୍ରତି ୧୦୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ଦର ରହିଛି । ଅନ୍ୟପଟେ ଏହି ମିଠା ଏତେ ଶୀଘ୍ର ରାପ ହୁଏ ନାହିଁ । କି ଏହାକୁ ଫ୍ରିଜରେ ମଧ୍ୟ ରଖିବାକୁ ପଡ଼େନାହିଁ । ତେଣୁ ମକର ପରେ ମଧ୍ୟ ମାସ ତମାମ ବ୍ୟବସାୟ ହେବା ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/makar-special-sweet-2026-01-14-10-48-23.jpg)