Astrospeak
  • Live TV
  • Read In English

ଶୁଣିଲେ ତ, କିଏ ଓ କାହିଁକି...ରାସନକାର୍ଡ ପାଇବେ ନାହିଁ, ତା’ ତଥ୍ୟ ଦେଉଥିଲେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ । ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଯାଇଛି । ଏବେ କାର୍ଯ୍ୟାନୁଷ୍ଠାନ ହେବ । ଦେଖନ୍ତୁ, କାର୍ଡ ହାତେଇ ଚାଉଳ ଚଳୁ କରୁଥିବା ମ୍ୟାଡମ ଅଧ୍ୟକ୍ଷାଙ୍କ ସୋସିଆଲ ଷ୍ଟାଟସ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଇଏ ହେଉଛି ତାର ଦଲିଲ । ଟିଟିଲାଗଡ ସହରରେ ନିର୍ମାଣ ହେଉଥିବା ଏ ଆଲିଶାନ କୋଠା ଉପରେ ବି ଟିକେ ନଜର ପକାନ୍ତୁ  । ଖାଲି ଏ ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି । ସରକାରୀ ଦରମା କହିଲେ ମିଳୁଛି ୧୫ ହଜାର । ହେଲେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସ୍ପଷ୍ଟ ଉତ୍ତର, ନିୟମ ଅନୁଯାୟୀ, ପ୍ରଥମେ ବଜାର ମୂଲ୍ୟରେ ଦଶ ପ୍ରତିଶତ ସୁଧ ସହିତ ନେଇଥିବା ଚାଉଳ ଆଦାୟ କରାଯିବ । ଦ୍ବିତୀୟରେ ଅପରାଧିକ ମାମଲା ରୁଜୁ କରାଯିବ । ତୃତୀୟରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ଏ କଥା ଶୁଣି ମ୍ୟାଡମ ବି ଭୁଲ ମାନିଛନ୍ତି ।