Advertisment

Video: ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ମରାଠା ବାଘୁଣୀ

ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍।

Advertisment

ନାକେଦମ୍ କଲାଣି ମରାଠା ବାଘୁଣୀ ଜିନତ୍ । କୋଲକାତାରେ ଛନକା, ଓଡ଼ିଶାକୁ ଘାରିଛି ଫେରାଇ ଆଣିବା ଚିନ୍ତା। ଏମିତିକି ଟ୍ରାଙ୍କୁଲାଇଜ ଚେଷ୍ଟା ବି ବାରମ୍ବାର ବିଫଳ ଗଲାଣି । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜିନ୍ନତ ଉପରେ ନଜର ରଖିଛନ୍ତି ଦୁଇ ରାଜ୍ୟର ଟିମ୍ । ସୁଯୋଗ ଦେଖି ଟ୍ରାଙ୍କୁଲାଇଜ କରି ତା’କୁ ଫେରାଇ ଅଣାଯିବ । ଏପଟେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ମରାଠା ବାଘୁଣୀର ସ୍ବଭାବ ଏବେ ଅସ୍ବଭାବିକ । ଯାଇନି ଟ୍ରାନ୍ସପୋର୍ଟେସନ ସକ୍, ଖୋଜୁଛି ତା’ ପୁରୁଣା ଜାଗା ।

Advertisment
Odisha PCCF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ