Advertisment

Bargarh Dhanu Yatra: ଷଷ୍ଠ ଦିନର ରୋମାଞ୍ଚ; ବିବ୍ରତ କଂସାଶୁର, ରଚିଲା ଷଡଯନ୍ତ୍ର

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲିଳା ଓ ଗୋପୀ ଗୋପାଙ୍ଗନାଙ୍କ ସହ ଗୋପୀଙ୍କ ବସ୍ତ୍ରହରଣ ଓ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଭରିଦେଇଛି।

Bargarh Dhanu Yatra

ଧନୁଯାତ୍ରାରେ ଷଷ୍ଠ ଦିନର ରୋମାଞ୍ଚ Photograph: (OTV)

Advertisment

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲିଳା ଓ ଗୋପୀ ଗୋପାଙ୍ଗନାଙ୍କ ସହ ଗୋପୀଙ୍କ ବସ୍ତ୍ରହରଣ ଓ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଭରିଦେଇଛି। ଅନ୍ୟ ପକ୍ଷରେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମଥୁରା ରାଜ ଦରବାରରେ ମହାରାଜ କଂସ ଆୟୋଜନ କରିଛନ୍ତି ରଙ୍ଗସଭା।

Advertisment


ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲିଳା ଚାଲିଥିବା ବେଳେ ଗୋପୀମାନେ ଯମୁନା ପାରିହୋଇ ମଥୁରାକୁ ଦହି ବିକିବାକୁ ଯିବାବେଳେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟଗୀତରେ ବେଶ ମସଗୁଲ ହୋଇ ଯାଇଥିଲେ। କେତେବେଳେ ରାଧାଙ୍କ ଠାରୁ ଦୂରେଇ ଯାଇଥିଲେ ତ କେତେବେଳେ ରାଧାଙ୍କୁ ପ୍ରେମ ନିବେଦନ କରିଥିଲେ। 


ଯମୁନା ନଈରେ ଗୋପୀ ମାନେ ବିବସନ ହୋଇ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବର କୃଷ୍ଣ। ପରେ ଗୋପୀମାନେ ବହୁ କାକୁତି ମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବା ପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇ ଦେବା ସହ ଏପରି ନ କରିବାକୁ ଉପଦେଶ ଦେଇଥିଲେ। ତେବେ ଏହି ଗୋପପୁର ଲୀଳା ଦେଖିବାକୁ ବହୁ ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ସମସ୍ତେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥିଲେ।

Advertisment


ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଂଚଭରା। ମଥୁରା ନରେଶ ମହାରାଜ କଂସଙ୍କୁ ବିବ୍ରତ କରି ଦେଇଥିଲା ସେହି ଦୈବବାଣୀ “ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ”। ଆଉ ଏହାପରେ ମହାରାଜ କଂସ, ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ଷଢ଼ଯନ୍ତ୍ର ରଚିବା ସହ ଆୟୋଜନ କରିଥିଲେ ରଂଗସଭା। 


ଏହି ରଂଗସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ମଥୁରା ରାଜଦରବାରକୁ ଛୁଟିଥିଲେ। ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଳ, ନରକାସୁର ପରି ବଡ଼ ବଡ଼ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ୱାସନା ଦେଲେ ଏବଂ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଗୋପପୁର ଅଭିମୁଖେ ବାହାରି ପଡ଼ିଲେ। ଏହି ଖୁସିରେ ମହାରାଜ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ଵାରା ନୃତ୍ୟ ଗୀତର ଆୟୋଜନ କରିଥିଲେ। ସେହିପରି ରାଜ ଦରବାରରେ ପ୍ରଶାସନିକ ଅଧିକାରୀଙ୍କୁ ଡାକି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହିସାବ ମାଗିଥିଲେ ମହାରାଜ କଂସ। ଆଉ କିଛି ଅଧିକାରୀଙ୍କୁ ଫାଇନ ମଧ୍ୟ କରିଥିଲେ। ଷଷ୍ଠ ଦିନର ଏସବୁ ଦୃଶ୍ୟ ଦର୍ଶକଙ୍କୁ ଖୁବ ବାନ୍ଧି ରଖିଥିଲା। 

Advertisment
Dhanu Jatra Bargarh Dhanu Jatra Bargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ