ଆଜିକାଲି ଦୁନିଆରେ କାହାକୁ କିଏ ପଚାରେ । କିଏ ମଲା, କିଏ ଗଲା, କିଏ ଖାଇଲା କିଏ ନ ଖାଇଲା, କାହାର ବା କ’ଣ ପଡିଛି ଯେ ପଚାରିବ । କିନ୍ତୁ ଏ ବ୍ୟକ୍ତି ଜଣକ ପାଇଁ ଏ ସବୁ କଥା ମାଇନା ରଖେ । ମଣିଷ ତ ମଣିଷ ଭୋକିଲା ବୁଲା କୁକୁରଙ୍କ ପାଇଁ ତାଙ୍କ ପ୍ରାଣ କାନ୍ଦେ । ଖାସ୍ ସେଇଥିପାଇଁ ସେ ଏବେ ପାଲଟିଛନ୍ତି ବୁଲା କୁକୁରଙ୍କ ବନ୍ଧୁ ।