ସିନ୍ଥିରେ ସିନ୍ଦୂର...ହାତରେ ଶଙ୍ଖା... ମଥାରେ ନାଲି ଓଢ଼ଣୀ ଦେଇ ବନ୍ଧୁରୁ ସାଜିବି ତୁମ ନବବଧୂ । ଗପ ହେବ ସତ, ମୁଁ କହିବି ଆଇ ଲଭ୍‌ ୟୁ । ଆଉ ତମେ କହିବ ସବୁ ଜନମରେ ମୋ ହାତ ଧରି ଚାଲୁଥା । ଜୀବନରେ ଅନେକ ଛୋଟ ବଡ଼ ଘଟଣା ଓ ଦୁର୍ଘଟଣା ଘଟେ, ଜୀବନ ଅନେକ ମୋଡ଼ ବି ନିଏ, ଆଉ ସେ ଦୁର୍ଘଟଣା ସବୁକୁ ତମେ ସହିଯାଇଛ । କିନ୍ତୁ ଏବେ ତୁମର ସବୁ ସୁଖ ଦୁଃଖରେ ମୁଁ ସାଥୀ ହେବି । ତୁମ ସବୁ କଷ୍ଟକୁ ମୁଁ ଅଧା କରିନେବି । ହାତ ଗଣ୍ଠି ପଡ଼ିବା ପରେ ଆମେ ସାଥୀ ହେବା ସାତ ଜନମର । ତୁମେ ମୋ ଦିୱାନା, ଆଉ ମୁଁ ସାଜିବି ତୁମ ସୁନା ଚଢ଼େଇ । ମନେଅଛି ପ୍ରେମ କୁମାର, ସେଦିନର ଆମ ଭିତରେ ଥିବା ସମଥିଙ୍ଗ୍‌ ସମଥିଙ୍ଗ୍‌ । ତମେ ପଚାରିଥିଲ ଆମ ଭିତରେ କିଛି ଅଛି କି ? ମୁଁ କହିଥିଲି କେହି ଜଣେ ଭଲ ଲାଗେରେ । ଅଭିମନ୍ୟୁ ପରି ମୋ ଜୀବନକୁ ଆସିଲ ଆକାଶେ କି ରଙ୍ଗ ଲାଗିଲା ପରି ପ୍ରେମ ରଙ୍ଗ ଢାଳିଦେଲ ।