ସରିଲା ମହିଳାଙ୍କ ଅପେକ୍ଷା ! ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌ । କିଛି ସମୟ ପରେ ଆକାଉଣ୍ଟକୁ ଆସିବ ଟଙ୍କା । ୪ର୍ଥ ପର୍ଯ୍ୟାୟ ପାଇଁ ଚିହ୍ନଟ ସରିଛନ୍ତି ହିତାଧିକାରୀ । ୧୮ ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଟଙ୍କା ପାଇବେ । ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ଖୁବ୍‌ ଶୀଘ୍ର ମିଳିବାକୁ ଯାଉଛି । ଆଉ ମାତ୍ର କିଛି ସମୟ ପରେ ଯାଜପୁରରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । ଫଳରେ ଏଥର ମହିଳାମାନେ ଟଙ୍କା ପାଇବା ପରେ ମୋଟ୍‌ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।