ଶିକ୍ଷା କ୍ଷେତ୍ରରେ କାଳେ ସ୍ୱତନ୍ତ୍ରତା ହାସଲ କରିଛି ଢେଙ୍କାନାଳ ଜିଲ୍ଲା । ପୂରା ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ବାସ୍ତବରେ କେମତି ରହିଛି ଚିତ୍ର... ତାହା ଆପଣଙ୍କ ଆଖି ସାମ୍ନାରେ । ବର୍ଷେ ହେଲା ଭୁଶୁଡି ପଡ଼ିଥିବା ଏ ଅଙ୍ଗନବାଡ଼ି କେନ୍ଦ୍ରକୁ ଦେଖିଲେ ଆପଣ ବେଶ୍ ଅନୁମାନ କରିପାରୁଥିବେ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା କ’ଣ ରହିଥିବ ।