Last updated: 17 May 2025, 05:42 PM IST
ପୁରୀ ବଡଡାକ୍ତରଖାନାର ୫ମହଲା ଉପରେ ବୁଲୁଛି ବୁଲା କୁକୁର। ରାତିରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଶୋଇଥିବା ବେଳେ ବୁଲୁଛି ବୁଲା କୁକୁର କାହାର ନିଘା ନାହିଁ। ଏପରିକି କୁକୁର ଏକ କନା କାମୁଡି ନେଇ ଵାହାରକୁ ଚାଲିଯାଉଛି ତାକୁ ରୋକିବା ପାଇଁ କେହି ନାହାନ୍ତି। ଡାକ୍ତରଖାନାର ପ୍ରସୂତି ଓ ଶିଶୁ ବିଭାଗ ୫ମହଲାରେ କୁକୁର ବୁଲୁଥିବା ବେଳେ ଏହାକୁ ଦେଖିବା ପାଇଁ ଗାର୍ଡ ରହିଥିଲେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି ନା ଗାର୍ଡ ନା ହସପିଟାଲ ଷ୍ଟାଫ, ଆଟେଣ୍ଡାଣ୍ଟ, ନର୍ସ ଓ ସଫେଇ କର୍ମଚାରୀ। ଅନେକ ସମୟରେ।କୁକୁର ଛୋଟ ଛୋଟ ପିଲାଙ୍କୁ କାମୁଡି ଭିଣିଭିଣା କରିଦେବାର ନଜର ଆସିଛି ଯଦି ଏହି କୁକୁର ରାତିରେ ବିନା ବାଧାରେ ବୁଲୁଛି ତେଣୁ କୌଣସି ଅଘଟଣ ହୋଇପାରେ। ଏ ସମ୍ପର୍କରେ ଡାକ୍ତରଖାନାର କୌଣସି ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ଏଭଳି ଖୁଲମଖୁଲା ବୁଲୁଥିବା କୁକୁର କୁ ରୋକିବା ପାଇଁ ଦାବୀ କରିଛିନ୍ତି ରୋଗୀଙ୍କ ସମ୍ପର୍କୀୟ।