ଜୀବନ ଦେଇଛି ସିଏ, ଆଉ ବାଟ କେମିତି ଅବା ସରିବନି । ଯେବେ ଭକ୍ତଟିଏ ଭଗବାନଙ୍କୁ ଖୋଜେ ସେଠି ଅସହାୟତା ବି ହାରମାନେ । କାନ୍ଧରେ ପଡ଼ିଛି ପାଣିଗଡ଼ୁ । ଚାଲିବାକୁ ପାଦରେ ବଳ ନାହିଁ । ଦୁଇ ହାତରେ ଆଶାବାଡ଼ିକୁ ସାହାରା କରି  ଚାଲିଚାଲି ଯିବାକୁ ବାକି ଅଛି ୩୫ କିଲୋମିଟର । ଏଇ ମଣିଷ ଜଣକ ଆମପରି ସାଧାରଣ ନୁହଁନ୍ତି କି ତାଙ୍କ ଭକ୍ତି ବି ସାଧାରଣ ନୁହେଁ। ମାନସିକ ସିନା ସିଏ କରିଛନ୍ତି, କିନ୍ତୁ ଭୋଳାବାବା ତାଙ୍କୁ ଗୋଟିଗୋଟି କରି ବାଟ କଢ଼ାଇ ନେଉଛନ୍ତି ।