Advertisment

Kiit University Land Scam: ଅଚ୍ୟୁତଙ୍କ ଶୋଷଣରେ କେମିତି ଅତିଷ୍ଠ ବରିଷ୍ଠ ?

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ବର୍ଷ ବର୍ଷର କଷ୍ଟ ଉପାର୍ଜିତ ଧନରେ ବରିଷ୍ଠ ନାଗରିକ କିଣିଥିବା ଜମି ବି ମାଡ଼ି ବସିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। କିସ୍ ଆଦିବାସୀ ସ୍କୁଲ ଓ ଏହା ନିକଟରେ ଥିବା ଜଗନ୍ନାଥ ମନ୍ଦିର ବାହାନାରେ ଏସବୁ ଜମିକୁ ଜବରଦଖଲ କରି ନେଇଛନ୍ତି। ଖାଲି ସେତିକି ନୁହେଁ, FIR ଦେବାକୁ ଯିବାରୁ ସେମାନଙ୍କ ଉପରେ ଆକ୍ରମଣ ବି କରାଯାଇଛି।

Advertisment

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ବର୍ଷ ବର୍ଷର କଷ୍ଟ ଉପାର୍ଜିତ ଧନରେ ବରିଷ୍ଠ ନାଗରିକ କିଣିଥିବା ଜମି ବି ମାଡ଼ି ବସିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। କିସ୍ ଆଦିବାସୀ ସ୍କୁଲ ଓ ଏହା ନିକଟରେ ଥିବା ଜଗନ୍ନାଥ ମନ୍ଦିର ବାହାନାରେ ଏସବୁ ଜମିକୁ ଜବରଦଖଲ କରି ନେଇଛନ୍ତି। ଖାଲି ସେତିକି ନୁହେଁ, FIR ଦେବାକୁ ଯିବାରୁ ସେମାନଙ୍କ ଉପରେ ଆକ୍ରମଣ ବି କରାଯାଇଛି। ଏଭଳି ସାଂଘାତିକ ଅଭିଯୋଗ ସହ ଆଜି NHRC ଟିମ୍ ଆଗରେ କିଟ୍ ପ୍ରତିଷ୍ଠାତାଙ୍କ ଜମି ଜବରଦଖଲ କଳାଫର୍ଦ୍ଦ ଖୋଲି ନ୍ୟାୟ ଭିକ୍ଷା କରିଛନ୍ତି କିଛି ବରିଷ୍ଠ ନାଗରିକ। ଓଡ଼ିଶା ହାଉସିଂ କଂପାନିରୁ ଜମି କିଣିଥିବା ବହୁ ଲୋକଙ୍କ ଜାଗା ଉପରେ ବି ଜଗନ୍ନାଥ ମନ୍ଦିର ଓ କିସ୍ ଆଦିବାସୀ ସ୍କୁଲ ତିଆରି ହୋଇଥିବାର ସାଂଘାତିକ ଅଭିଯୋଗ ହୋଇଛି। ପୂର୍ବତନ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ବଂଶୀଧର ବେହେରା। ତାଙ୍କ ଅଭିଯୋଗ ପ୍ଲଟ୍ ନମ୍ବର ୧୭୦୮ର ତାଙ୍କ ଜମି ଉପରେ ସେ କରିଥିବା ଏକ ବଗିଚାକୁ କିସ୍ ଆଦିବାସୀ ସ୍କୁଲ ତିଆରି ବେଳେ ଜୋର ଜବରଦସ୍ତ ମାଡ଼ି ବସିଲେ ଅଚ୍ୟୁତ। ଏମିତିକି, ବଗିଚାକୁ ଜଗିଥିବା ୱାଚରକୁ ଧମକ ଚମକ ଓ ବାଡ଼େଇବା କାରଣରୁ ସେମାନେ ବି ପଳେଇଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ