Advertisment

Nepali Student Death at KIIT: କିଟ୍‌ରେ ପୁଣି ଗଲା ନେପାଳୀ ଛାତ୍ରୀଙ୍କ ଜୀବନ

ପୁଣି ସେହି କିଟ୍ । ପୁଣି ସେହି କୁଇନ୍ସ ହଷ୍ଟେଲ୍ । ପୁଣି ସେହି ନେପାଳୀ ଛାତ୍ରୀ । ସ୍ତବ୍ଧ ନେପାଳ ଦୂତାବାସ । ଉଦବେଗ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ । କାରଣ ମୃତ୍ୟୁର ଧାରାରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଯାଇଛି ନିରୀହ ଜୀବନ ।

Advertisment

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏବଂ ତା’ପରବର୍ତ୍ତୀ ଘଟଣାକ୍ରମକୁ ନେଇ ରାଜ୍ୟରୁ ସାରା ଦେଶ ସ୍ତବ୍ଧ ଥିବାବେଳେ ଅଢ଼େଇ ମାସର ବ୍ୟବଧାନ ପରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ, ଚାରିଆଡ଼େ ଚହଳ ପକାଇଛି । କାରଣ ଫେବ୍ରୁଆରୀ ୧୬ରେ ଯେଉଁ ହଷ୍ଟେଲରେ ଅଘଟଣ ଘଟିଥିଲା । ସେହି ହଷ୍ଟେଲରେ ହିଁ ଗତରାତିରେ ଅନ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ ଯାଇଛି । ଯାହାକୁ ନେଇ ବୈଦେଶିକ ମନ୍ତ୍ରାଳୟଠାରୁ ଆରମ୍ଭ କରି ନେପାଳ ଦୂତାବାସ ଯାଏଁ, ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜାତୀୟ ମାନବାଧିକାର କମିଶନଙ୍କ ଯାଏଁ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ପରିବାର ଲୋକ ପହଞ୍ଚିବା ପରେ ଆଜି ମୃତ ଛାତ୍ରୀଙ୍କ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି ।

Advertisment
Bhubaneswar Girl Student Death KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ