Advertisment

ଗୁହାଳ ପାଖରେ ବନ୍ଧୁକ କାରଖାନା

କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣା ସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ବନ୍ଧୁକ ଜବତ ହୋଇଛି।

Advertisment

କଟକରୁ ଠାବ ହେଲା ବେଆଇନ ବନ୍ଧୁକ କାରଖାନା। ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଏଠାରୁ ୩୦ରୁ ଅଧିକ ବନ୍ଧୁକ ଜବତ କରାଯାଇଛି । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଥାନା ଠାରୁ ମାତ୍ର ୨ କିଲୋମିଟର ଦୂର ଗାଁର ଶେଷ ମୁଣ୍ଡରେ ଏକ ଗୁହାଳ ପାଖରେ ଥିଲା ଏହି ବନ୍ଧୁକ ତିଆରି କାରଖାନା ।

Advertisment
Cuttack STF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ