EWS quota in Odisha
Advertisment
RTE କୋଟାରେ ପାଠପଢାରୁ ବଞ୍ଚିତ ରାଜ୍ୟର ଶହ ଶହ ଆର୍ଥିକ ଅନଗ୍ରସର ପିଲା । ସବୁ ପ୍ରମାଣପତ୍ର ସତ୍ତ୍ୱେ ପାରଦର୍ଶୀ ପୋର୍ଟାଲରୁ କଟିଛି ହଜାର ହଜାର ପିଲାଙ୍କ ନାଁ । ଫଳରେ ନାମୀଦାମୀ ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବା ଲାଗି ସ୍ୱପ୍ନ ଦେଖିଥିବା ବହୁ ଗରିବ ପରିବାର ବଞ୍ଚିତ ହୋଇଛନ୍ତି । ଏଥର ପ୍ରାୟ ୮ ହଜାର ଫର୍ମ ନାକଚ ହେବା ଏବଂ ପରେ ୫ ହଜାରରୁ ଅଧିକ ପିଲାଙ୍କୁ ସିଟ୍ ଆଲଟ୍ କରାଯାଇନଥିବାରୁ ଏହା ପଛରେ ଘୋଟାଲା ଅଭିଯୋଗ ଆଣି ଓସେପା ଅଫିସ୍ ଘେରିଛନ୍ତି ଅଭିଭାବକ ଓ ଅଭିଭାବକ ମହାସଂଘ । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଅଭିଯୋଗର ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us