ରାଉରକେଲା NITରେ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଚାଲିଛି ଅଭିନବ ପ୍ରତିରକ୍ଷା ଗବେଷଣା । ସମୁଦ୍ର ଗର୍ଭରେ ଭାରତୀୟ ନୌସେନାର ବୁଡ଼ାଜାହାଜକୁ ଶତ୍ରୁର ନଜରରୁ ରକ୍ଷା କରିପାଇଁ ଜାରି ରହିଛି ପ୍ରଶିକ୍ଷଣ । ଏକ ସ୍ବତନ୍ତ୍ର ଟାଇଲ୍ସ ତିଆରି କରିବାକୁ ଅଣ୍ଡରୱାଟର୍ ଏକୋଷ୍ଟିକ୍ ଟେଷ୍ଟ୍ ଫ୍ୟାସିଲିଟିରେ ଚାଲିଛି ପରୀକ୍ଷା ନିରୀକ୍ଷା । ଶତ୍ରୁ ଆଖିରେ ଧୂଳି ଦେବ ଭାରତୀୟ ନୌସେନାର ବୁଡ଼ାଜାହାଜ ।