ନଗର ଉନ୍ନୟନ ମନ୍ତ୍ରୀ ରାଜଧାନୀବାସୀଙ୍କ ସମସ୍ୟା ଓ ଅଧପନ୍ତରିଆ ପ୍ରକଳ୍ପର ସମୀକ୍ଷା କରିବା ବେଳେ, ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ ।  ବିଏମ୍‌ସିର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇବାରୁ ପରିସ୍ଥିତି ଏପରି ହେଲା ଯେ, ମନ୍ତ୍ରୀ ଓ ବାକି ଅଧିକାରୀଙ୍କୁ ଛାଡ଼ି ମେୟର ଅଚାନକ ସେଠାରୁ ଉଭାନ ହୋଇଯାଇଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀଙ୍କୁ ଫେରାଦ୍ ହେଲେ, ମେୟରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ । ଲୋକଙ୍କ ରୋଷର ଶିକାର ହୋଇ ହଟହଟା ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।