ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ ଆଜିକୁ ପୂରିଛି ୪ ବର୍ଷ। ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଅର୍ଥାତ୍ ଆଜିର ଦିନରେ ଲାଇଭ୍ ରିପୋର୍ଟିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ପ୍ରାଣ ହରାଇଥିଲେ ଅରିନ୍ଦମ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ଆଜି ତାଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରୁଛନ୍ତି। ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ ରହିଛି। ଅରିନ୍ଦମଙ୍କ ନିର୍ଭୀକତା ସବୁବେଳେ ମନେ ପଡ଼େ। ବାତ୍ୟା ହେଉ ଅବା ବନ୍ୟା, ରାଜନୀତି ହେଉ ଅବା ଅପରାଧ, ୧୫ ବର୍ଷର କ୍ୟାରିୟରରେ ସବୁ ବିଟ୍ ରେ ଖବର ସଂଗ୍ରହ କରିବାରେ ସିଦ୍ଧହସ୍ତ ଥିଲେ ଅରିନ୍ଦମ। ତାଙ୍କ ରକ୍ତରେ ଥିଲା ସାହସ, ତାଙ୍କ ଶିରା ପ୍ରଶିରାରେ ବହୁଥିଲା କର୍ତ୍ତବ୍ୟନିଷ୍ଠା, ସାମ୍ବାଦିକତା ପ୍ରତି ସମର୍ପଣଭାବ। ସେଥିପାଇଁ ତ ବିପର୍ଯ୍ୟୟ ଯେଉଁଠି ସେ ଥିଲେ ସେଇଠି। ବଢ଼ିଲା ଗାଁ ବୁଡ଼ା ନଈର ପ୍ରଖର ସୁଅ ହେଉ, ଅବା ଘର ଉଡ଼ା ବାତ୍ୟାର ଅଣଚାସ ପବନ...ପରିସ୍ଥିତି ଯାହାବି ଥାଉ, ସ୍ଥାନ ଯେଉଁଠି ବି ହେଉ...ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିବାକୁ ସ୍ଥିତି ଯେତେ କଠିନ ଥିଲେ ବି ଯୋଦ୍ଧାଟିଏ ଭଳି ଲଢୁଥିଲେ। ଅରିନ୍ଦମଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ସ୍କଲାରଶିପ୍ ପ୍ରଦାନ କରାଯାଉଛି।
Journalist Arindam Das: ମନେ ପଡ଼ନ୍ତି ଅରିନ୍ଦମ
ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ ଆଜିକୁ ପୂରିଛି ୪ ବର୍ଷ। ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଅର୍ଥାତ୍ ଆଜିର ଦିନରେ ଲାଇଭ୍ ରିପୋର୍ଟିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ପ୍ରାଣ ହରାଇଥିଲେ ଅରିନ୍ଦମ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us