ଯମ ଯାଉଛି ବାଟ ଛାଡ଼
ରାଜଧାନୀ ରାଜରାସ୍ତାରେ ଆତଙ୍କ ମଚାଇ ଚାଲିଛି ମଣିଷ ମରା ମୋ ବସ୍। ବେପରୁଆ ଗାଡ଼ି ଚାଳନାର ସବୁ ସୀମା ପାର କରିଛନ୍ତି ଡ୍ରାଇଭର। ବାଟରେ ଘାଟରେ ମୋ ବସକୁ ଦେଖିଲେ ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼। ଥରେ ଦେଖନ୍ତୁ ଏ ଛାତିଥରା ଭିଡ଼ିଓକୁ, ଶନିବାର ପାତ୍ରପଡ଼ାରେ ମୋ ବସ ଘଟାଇଥିବା ଦୁର୍ଘଟଣା ପରର ଏଦୃଶ୍ୟ। ବସ ଚଢାଇ ଜଣଙ୍କର ଜୀବନ ନେଇ ମଧ୍ୟ ଗାଡ଼ି ଅଟକାଉ ନାହିଁ ଡ୍ରାଇଭର। ବସ ତଳେ ଦୁଇଚକିଆ ଫସି ରହିଥିଲେ ମଧ୍ୟ ଜୋରେ ଗାଡ଼ି ଚଲାଇ ଖସିଯାଉଛି। ଦେଖନ୍ତୁ କିପରି ରାସ୍ତାରେ ସ୍କୁଟିକୁ ଘୋଷାଡି ଘୋଷାଡି ନେଉଛି ମୋ ବସ୍। ଡ୍ରାଇଭର ମୁଣ୍ଡକୁ ଯେପରି ପିତ୍ତ ଚଢିଛି ଉପସ୍ଥିତ ଲୋକମାନେ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଅଟକୁ ନାହିଁ। ଏହିପରି ଭାବେ ପ୍ରାୟ ଅଧକିଲୋମିଟର ସ୍କୁଟିକୁ ଘୋଷାଡି ନେଇଛି ମୋ ବସ। ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ରାଜଧାନୀବାସୀଙ୍କ ମନରେ ଛନକା ପସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us