Last updated: 20 March 2025, 07:48 PM IST
କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ ପାଇଁ ୧୫ ଦିନ ରହଣି ପରେ ଫେରିଗଲେ ବଲିଉଡ୍ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ତେବେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ସ୍ମୃତି । କେବଳ ସ୍ମୃତି ନୁହେଁ କୋରାପୁଟ ରାସ୍ତାରେ ଗୋଧୁଳି ବେଳର ଚିତ୍ର ମଧ୍ୟ କ୍ୟାମେରା କଏଦ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ପ୍ରିୟଙ୍କା । ତେବେ ପ୍ରିୟଙ୍କାଙ୍କୁ କିନ୍ତୁ ସବୁଠୁ ଭଲ ଲାଗିଛି ପିଜୁଳି । ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ସେ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଣେ ମହିଳାଙ୍କ ନିକଟରୁ ପିଜୁଳି କିଣିଥିଲେ । ତେବେ ଏହି ପିଜୁଳି କିଣିବା ବେଳେ ଯାହା ଘଟିଥିଲା ତାହା ତାଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କହିଛନ୍ତି ପ୍ରିୟଙ୍କା । କେମିତି ସେ ପିଜୁଳି ଦର ପଚାରିଥିଲେ ଓ ଶେଷରେ ମହିଳା ଜଣକଙ୍କ ନିକଟରୁ ପିଜୁଳି କିଣିଥିଲେ ସେ ଅନୁଭୂତି ବଖାଣିଛନ୍ତି । ତେବେ ପିଜୁଳି ବିକ୍ରି କରୁଥିବା ମହିଳା ତାଙ୍କୁ କେତେ ପ୍ରଭାବିତ କରିଥିଲେ ତାହା କହିଛନ୍ତି ପ୍ରିୟଙ୍କା ।