Advertisment

ଲଗାଣ ବର୍ଷାରେ ଜଳାର୍ଣ୍ଣବ ବାଲେଶ୍ବର ଓ ଭଦ୍ରକ

ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି।

Advertisment

ଚାଳ ଗଲା...ଚୁଲି ଗଲା....ନା ପେଟକୁ ଭୋକ ଅଛି...ନା ଆଖିକୁ ନିଦ...ଆଜିକୁ ୨ ଦିନ ହେଲା ବାତ୍ୟା ଆଣିଥିବା ବର୍ଷା ପାଣିରେ ବତୁରି ଗଲାଣି ଝାଟିମାଟିର ଘର । କେତେବେଳେ ବି ଭୁଶୁଡ଼ି ଯାଇପାରେ...ମାଟିରେ ମିଶିଯାଇପାରେ ଏହି ଗରିବ ଖଟିଖିଆଙ୍କ ଝାଟିମାଟିର ଘର । ବାତ୍ୟା ସିନା ଟଳିଗଲା, କିନ୍ତୁ ତା’ପରବର୍ତ୍ତି ଲଗାଣ ବର୍ଷା ଭିତରେ ଜଳବନ୍ଦୀ ଜୀବନ ଜିଉଁଛନ୍ତି ଭଦ୍ରକ ସହର ନିକଟ ଗେଲପୁରର ଏହି ପରିବାର ।

Advertisment
Heavy Rainfall Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ