ପୋଲିସ୍ ବାବୁ କରୁଥିଲେ ଗଞ୍ଜେଇ କାରବାର
Advertisment
ଗଂଜେଇ ବେପାରରେ ସାମିଲ ପୋଲସ କର୍ମଚାରୀ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସ ବାରାକ ଭିତରୁ ୩ ଆଇଆରବି ଜବାନଙ୍କ ନିକଟରୁ ଜବତ ହୋଇଛି ୧୫ କୋଲିରୁ ଅଧିକ ଗଂଜେଇ। ଗତକାଲି ବିଶେଷ ସୂତ୍ରରୁ ସୂଚନା ପାଇ ବୌଦ୍ଧ ଏସପି ନିଜେ ଚଢାଉ କରି ୩ ଜଣ ଯବାନଙ୍କୁ ଗିରଫ କରିଛନ୍ତି। ଆଉ ଏପଟେ ଗଂଜେଇ ଭଳି ମାଦକ ଦ୍ରବ୍ୟ ଚୋରା କାରବାରରେ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ଲୋକେ କାହାକୁ ଭରସା କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us