ଫେରିବ ପଥ ଉତ୍ସବ, ତାହା ପୁଣି ନିଆରା ଢଙ୍ଗରେ Photograph: (OTV)
ଭୁବନେଶ୍ୱରକୁ ଫେରିବ ପଥ ଉତ୍ସବ। ତାହା ପୁଣି ନିଆରା ଢଙ୍ଗରେ। ମଉଜ, ମସ୍ତି ଓ ମନୋରଞ୍ଜନ ଲାଗି ଶୀତୁଆ ସକାଳରେ ଏକାଠି ହେହେ ଲୋକେ।
ଆସନ୍ତା ୪ ଜାନୁଆରୀ୨୦୨୬ରୁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆୟୋଜିତ କରାଯିବ ଏହି କାର୍ଯ୍ୟକ୍ରମ। ପ୍ରଥମେ ୪ ତାରିଖ ଦିନ ମାଷ୍ଟରକ୍ୟାଣ୍ଟିନ, ୧୮ ଜାନୁୟାରୀରେ ଜାଗମରା ଓ ୧ ଫେବୃଆରୀରେ ଇନ୍ଫୋସିଟି ଅଞ୍ଚଳରେ ହେବ କାର୍ଯ୍ୟକ୍ରମ।
ଶୀତୁଆ ସକାଳରେ ସହରିଆ ନେବେ ନାଚ, ଗୀତ ର ମଜା। ଆମ ସହର, ଆମ ରାସ୍ତାରେ ଲୋକଙ୍କ ମନୋରଞ୍ଜନ କରିବ BMC। ଏନେଇ ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନଗୁଡିକରେ ମଧ୍ୟ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଫ୍ୟାଶନ ଶୋ, ଜୁମ୍ବା , କିଡ୍ସ ଜୋନ, ଫେସ୍ ପେଣ୍ଟିଙ୍ଗ, ପାରମ୍ପରିକ ଖେଳ, ଆର୍ଟ ଓ କ୍ରାଫ୍ଟ, ଭୁବନେଶ୍ୱର ଗଟ୍ ଟାଲେଣ୍ଟ, ସ୍କେଟିଂ, ମେହେନ୍ଦୀ, ଫ୍ଲୋକ ଡ୍ୟାନ୍ସ, ଯୋଗ, କରାଟେ ଓ ସ୍କେଚ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ।
ଏନେଇ ଆଜି ବିଏମସି ମୁଖ୍ୟାଳୟରେ ଫ୍ଲାଗ ଅପ୍ କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ । ୩ଟି ଜୋନ୍ରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଲୋକଙ୍କ ପସନ୍ଦ ଅନୁସାରେ କଳାକାର ମଧ୍ୟ ଆସିବେ ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/patha-utsav-return-to-bhubaneswar-2025-12-30-20-36-36.jpg)