Last updated: 30 January 2025, 09:05 PM IST
ହାତରେ ଆଉ ଗୋଟିଏ ଦିନ ! ଆରମ୍ଭ ହେଲା କାଉଣ୍ଟଡାଉନ୍ ! ଦୂର କରନ୍ତୁ NPCI ଅଡୁଆ ! ଖୁବ୍ ଶୀଘ୍ର ସରକାର ଦେବେ ସୁଭଦ୍ରା ଟଙ୍କା ! ବ୍ୟାଙ୍କ ଯାଆନ୍ତୁ... ଅପଡେଟ୍ କରାନ୍ତୁ । ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେବ ସୁଭଦ୍ରାର ଅର୍ଥ ରାଶି ୫ ହଜାର ଟଙ୍କା । ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିର ୩ ପର୍ଯ୍ୟାୟ ଟଙ୍କା ଲୋକଙ୍କୁ ମିଳି ସାରିଛି । ଆଉ ଏବେ ୨ୟ କିସ୍ତି ଟଙ୍କା ଦେବା ପୂର୍ବରୁ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ମହିଳାଙ୍କୁ ସରକାର ଦେବାକୁ ଯାଉଛନ୍ତି । ତେଣୁ ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧୀକାରୀ ମହିଳାଙ୍କୁ ଆଉ ଗୋଟିଏ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବ୍ୟାଙ୍କ ଯାଇ NPCI ଅଡ଼ୁଆ ଦୂର କରିବାକୁ ପରାମର୍ଶ ଦେଇଛନ୍ତି ।