ଗୋ ସେବା ସତେ ଯେପରି ଏ ଜନ୍ମର ବ୍ରତ । ନା ଅଛି ଗାଈ ଗୋରୁ ନା ଅଛି ଗୁହାଳ। ତଥାପି ଗାଈ ଗୋରୁ ଦେଖିଲେ ହୃଦୟରୁ ବାହାରି ଆସେ ଆହୁତକ ପ୍ରେମ। ଯଦି ଖଣ୍ଡିଆ ଖାବରା ଗୋରୁ ଗାଈ ଦେଖନ୍ତି ତେବେ ବିଚଳିତ ହୋଇପଡନ୍ତି ଏହି ତିନି ଯୁବକ ସ୍ମୃତିରଞ୍ଜନ, ରବି ଓ ସୁରିନାରୟଣ। ଆଧୁନିକ ଯୁଗରେ ଲୋକମାନେ ଗୋ ସେବା ପାଶୋରି ଗଲେଣି। ପାଶ୍ଚାତ୍ ସଭ୍ୟତାକୁ ଅନୁସରଣ କରି କୁକୁର ଓ ବିଲେଇ ପୋଷୁଛନ୍ତି,ସମାଜରେ ଗୋଟିଏ ସଭ୍ୟ ମଣିଷ ରୂପେ ନିଜକୁ ପ୍ରତିପାଦନ କରିବାରେ ପଛ ଘୁଞ୍ଚା ଦେଉନାହାଁନ୍ତି କିନ୍ତୁ ଗାଈ ଗୋରୁ ଠାରୁ ନିଜକୁ ଦୂରେଇ ରଖନ୍ତି ଏ ସ୍ୱାର୍ଥପର ମଣିଷ ମାନେ...