Advertisment

ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ

ଭଲ କାମରେ ନିଯୁକ୍ତି ଦେବାକୁ କହିନେଇଥିବା ଦଲାଲ ଅତି ନିମ୍ନ ମାନର କାମ କରିବାକୁ ବାଧ୍ୟ କରନ୍ତି । ଓମାନରୁ ୪ ମାସର ତିକ୍ତ ଅନୁଭୂତି ନେଇ ଭିଟାମାଟିକୁ ଫେରି ଆସିଥିବା କିଛି ଯୁବକଙ୍କ କଥା ଶୁଣିଲେ ଯେ କେହି ବି ଏମାନଙ୍କ ଦୁଃଖକୁ ସହଜରେ ବୁଝିପାରିବ ।

Advertisment

ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ । ଶିକ୍ଷିତ ଯୁବବର୍ଗଙ୍କୁ ଅଧିକ ରୋଜଗାର ଆଶା ଦେଖାଇ ଦଲାଲମାନେ ପ୍ରଥମେ ବିଦେଶ ପଠାନ୍ତି । କିନ୍ତୁ ପରେ ସେମାନେ ନିର୍ଯାତନାର ଶିକାର ହୁଅନ୍ତି । କାହାକୁ କାମ କଲେ ପାଉଣା ମିଳେନି ତ ପୁଣି କିଏ ଏହାକୁ ବିରୋଧ କଲେ ମିଳେ ନିର୍ଯାତନା । ନିକଟରେ ଓମାନରୁ ଭିଟାମାଟିକୁ ଫେରିଥିବା ଗଞ୍ଜାମର ୪ ଜଣ ଯୁବକ ବଖାଣିଛନ୍ତି ଅଙ୍ଗେ ନିଭା କଥା । ସେମାନେ କହିଛନ୍ତି ଏବେ ବି ଓମାନରେ ଓଡ଼ିଶା ଓ ଆନ୍ଧ୍ରର ଆହୁରି ଅନେକ ଯୁବକ ଫସି ରହିଛନ୍ତି ।

Advertisment
Odia Youth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ