Advertisment

Teacher Transfer: ସାଂସଦ-ବିଧାୟକ ହାତରେ ଶିକ୍ଷକ ବଦଳି ସୁପାରିଶ କ୍ଷମତା

ଶିକ୍ଷକଙ୍କ ବଦଳିକୁ ସରକାରଙ୍କ ଗୁରୁତ୍ୱ । ଶିକ୍ଷକଙ୍କ ବଦଳି ନେଇ ଆଉ ରହିବନି ଟେନ୍‌ସନ୍‌ । ବିଧାୟକ ଓ ସାଂସଦଙ୍କୁ ମିଳିଲା ଶିକ୍ଷକ ବଦଳି ସୁପାରିସ କ୍ଷମତା । ବଦଳିକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଲାଗି ରହୁଥିବା ଅସନ୍ତୋଷକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର ।

Advertisment

ଶିକ୍ଷକଙ୍କ ବଦଳିକୁ ସରକାରଙ୍କ ଗୁରୁତ୍ୱ । ଶିକ୍ଷକଙ୍କ ବଦଳି ନେଇ ଆଉ ରହିବନି ଟେନ୍‌ସନ୍‌ । ବିଧାୟକ ଓ ସାଂସଦଙ୍କୁ ମିଳିଲା ଶିକ୍ଷକ ବଦଳି ସୁପାରିସ କ୍ଷମତା । ବଦଳିକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଲାଗି ରହୁଥିବା ଅସନ୍ତୋଷକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତା ବୃଦ୍ଧି କରାଯାଇଛି । ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ ସାଂସଦ ଓ ବିଧାୟକ । ଚଳିତ ମାସ ୧୫ରୁ ଜୁନ ୧୫ ତାରିଖ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ । ସେହିପରି ରାଜ୍ୟସଭା ସାଂସଦମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଷ୍ଟ ପଠାଇବେ । ଆଉ ଏହି ସମୟ ଭିତରେ ହୋଇଥିବା ସୁପାରିଶ ଆଧାରରେ ହିଁ ବଦଳି କରାଯାଇପାରିବ ।

Advertisment
Odisha Government Govt Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ