Advertisment

ଥାନା ଭିତରେ ଥାର୍ଡ ଡିଗ୍ରୀ !

ଥାନାରେ ମାମଲା ରୁଜୁ ନକରି ଯୁବକଙ୍କ ହାତ ଓ ଗୋଡରେ ବେଡି ପକାଇ ଦୁଇଦିନ ପର୍ଯ୍ୟନ୍ତ ରଖିଲେ। ଖୋଦ୍ ସାଂସଦ ଯାଇ ହସ୍ତକ୍ଷେପ କରିବା ସହ ଏସପିଙ୍କୁ ଭିଡିଓ କଲ୍ କରିବା ପରେ ଥାନାରୁ ମୁକୁଳିଲେ ଯୁବକ। ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନାରେ।

Advertisment

ଥାନାରେ ମାମଲା ରୁଜୁ ନ କରି ଯୁବକଙ୍କ ହାତ ଓ ଗୋଡରେ ବେଡି ପକାଇ ଦୁଇ ଦିନ ପର୍ଯ୍ୟନ୍ତ ରଖିଲେ । ଖୋଦ୍ ସାଂସଦ ଯାଇ ହସ୍ତକ୍ଷେପ କରିବା ସହ ଏସପିଙ୍କୁ ଭିଡିଓ କଲ୍ କରିବା ପରେ ଥାନାରୁ ମୁକୁଳିଲେ ଯୁବକ । ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନାରେ । ବାଇକ ଅଦଳ ବଦଳକୁ କେନ୍ଦ୍ର କରି ଭୋଗରାଇ ପୋଲିସ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କୁ ଥାନାରେ ଅଟକ ରଖିଥିଲେ । ତେବେ ଥାନାରେ କାର୍ତ୍ତିକଙ୍କ ଗୋଡ ଓ ହାତରେ ଲୁହା ବେଡି ପକାଇ ମାଡ ମାରିବା ନେଇ ତାଙ୍କ ସ୍ତ୍ରୀ ବିଜେପି ନେତା ଆଶିଷ ପାତ୍ରଙ୍କ ଠାରେ ଅଭିଯୋଗ କରିଥିଲେ । ଆଜି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ଆସିଥିବା ବେଳେ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇଥିଲେ ଆଶିଷ ପାତ୍ର ।ଏହାପରେ ସାଂସଦ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ । ପରେ ସେ ବାଲେଶ୍ୱର ଏସପିଙ୍କୁ ଭିଡିଓ କଲ୍ କରି ଲୁହା ବେଡିରେ ବନ୍ଧା ହୋଇଥିବା ଯୁବକଙ୍କୁ ଦେଖାଇ ହସ୍ତକ୍ଷେପ ଲୋଡିଥିଲେ ।

Advertisment
Odisha Pratap Sarangi Bhograi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ