Advertisment

ସହର ସହର ଗୋଡ଼େଇଲାଣି ଡାଇରିଆ ଡର

ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ। ସହରଯାକ ଆବର୍ଜନା ଯେଉଁଠି ପାସ୍ କରୁଛି, ତାଉ ଉପରେ ବେଧଡ଼କ ଚାଲିଛି ଖାଦ୍ୟ ବେପାର। ଖୋଦ୍ କଟକ ସହର ଓ ଜଗତସିଂହପୁରରେ ଆଗରେ ହୋଟେଲ, ଆଉ ହୋଟେଲ ପଛପଟେ ମାଛି ଭଣ ଭଣ ପରିବେଶ।

Advertisment

ଯାଜପୁର ସୀମା ପାର ହୋଇ ରାଜ୍ୟର ଅନ୍ୟ ଜିଲ୍ଲାକୁ ବ୍ୟାପୁଛି ଡାଇରିଆ। କଟକ, କେନ୍ଦ୍ରାପଡ଼ା ଭଳି ୫ଟି ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏବେ ବିଭିନ୍ନ ଜିଲ୍ଲାରେ ଖାଦ୍ୟ ବ୍ୟବସାୟର ସ୍ବଚ୍ଛତା ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କାଲି ରାଜଧାନୀ ଭୁବନେଶ୍ବର ପରେ ଆଜି କଟକ ଓ ଜଗତସିଂହପୁରରେ ଆକ୍ସନ ମୋଡକୁ ଜିଲ୍ଲା ପ୍ରଶାସନ। ସେପଟେ ଆଉ ୯ ଦିନ ପରେ ରଥଯାତ୍ରା ଥିବାରୁ ତା ପୂର୍ବରୁ ଡାଇରିଆର ପ୍ରକୋପକୁ କିଭଳି ଶୂନ୍ୟ କରାଯାଇପାରିବ, ତା ଉପରେ ଜୋର୍ ଲଗାଇ ଦେଛନ୍ତି ସବୁ ଜିଲ୍ଲା ପ୍ରଶାସନ। 

Advertisment
Odisha Diarrhea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ