ହସ୍ପିଟାଲ ସଫା କରିବେ ଅଭିଯୁକ୍ତ ।
Advertisment
କ୍ୟାପିଟାଲ ହସ୍ପିଟାଲ ସଫା ସହ ଗଛ ଲଗାଇବେ ଅଭିଯୁକ୍ତ। ଗାଡି ଚୋରି ଅଭିଯୋଗର ଜଣେ ଅଭିଯୁକ୍ତଙ୍କୁ ଜାମିନ ବଦଳରେ ଏଭଳି ସର୍ତ୍ତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଜଣେ ଅଭିଯୁକ୍ତଙ୍କୁ ଏଭଳି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ହାଇକୋର୍ଟ ଏକ ଚର୍ଚ୍ଚିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାସେ ଧରି କ୍ୟାପିଟାଲ ହସ୍ପିଟାଲରେ ରୁମ୍ ଓ ୱାର୍ଡ ସଫେଇ କରିବେ ଅଭିଯୁକ୍ତ। ଏହାସହ ଡୁମଡୁମା ଅଞ୍ଚଳରେ ଶହେ ଗଛ ଲଗାଇବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us