Advertisment

Video: ଚାଷୀଙ୍କ ଟେନସନ୍ ଦୂରକଲେ ସିଏମ୍; ଆସନ୍ତା ୩୦ ସୁଦ୍ଧା କ୍ଷତି ଆକଳନ

ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Advertisment

ଉଜୁଡ଼ା ଫସଲ ଦେଖି ମନଉଣା କରିଥିବା ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ତତ୍ପର ହେଲେ ମୋହନ ସରକାର। ଧାନ ଚାଷୀଠୁ ପରିବା ଚାଷୀ, ବୀମାଭୁକ୍ତ ଚାଷୀଠୁ ବୀମା କରିନଥିବା ଚାଷୀ, ୩୦ ସୁଦ୍ଧା ସବୁ ଚାଷୀଙ୍କ ଫସଲହାନୀର ଆକଳନ ପରେ ଡିବିଟି ଜରିଆରେ କ୍ଷତିପୂରଣର ଘୋଷଣା କରିଛନ୍ତି। ପଂଜିକୃତ ଚାଷୀମାନେ ସେମାନଙ୍କ କ୍ଷୟକ୍ଷତିର ସୂଚନା କୃଷି ରକ୍ଷକ ଆପ୍‌ କିମ୍ବା ଟୋଲ୍ ଫ୍ରି ନମ୍ବରରେ ଜଣାଇବାକୁ ଚାଷୀଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣେ ଉଜୁଡ଼ା ଫସଲକୁ ନେଇ ଆଶା ଆଶଙ୍କାରେ ଚାଷୀ।

Advertisment
Odisha Crop Loss Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ