Last updated: 03 March 2025, 09:59 PM IST
ଭୋକ ବାନ୍ଧିଦେଉଛି ବସ୍ତାନୀରେ ଡୋରି । ଦାଦନ ଖଟିବାକୁ ଯାଉଛନ୍ତି ମାଟ୍ରିକ୍ ଛାତ୍ରଛାତ୍ରୀ । ଦାଦନ ସମସ୍ୟାର ବିକଳ ଚିତ୍ର ଭିତରେ ଏ ଦୃଶ୍ୟ ଆହୁରି ଉଦବେଗଜନକ । ଇଏ ଧନବତୀ ବରିହା । ଦଶମ ଶ୍ରେଣୀର ଛାତ୍ରୀ । ଘର ନୂଆପଡ଼ା ଜିଲ୍ଲା ଡେଡେଙ୍ଗା ଗାଁରେ । ପେଟ ପାଇଁ ଆହାର ମୁଠେ ଯୋଗାଡ଼ ଆଶାରେ ଧନମତୀ ବି ଚାଲିଯାଇଥିଲା ଦାଦନ ଖଟି । ବହି ବସ୍ତାନୀରେ ଡୋରି ବାନ୍ଧି ମାଆ ଓ ତିନି ଭଉଣୀଙ୍କ ସହ ବ୍ରହ୍ମପୁରରେ ଇଟା ଭାଟିରେ କାମ କରୁଥିଲାେ । ମାଟ୍ରିକ୍ ପରୀକ୍ଷା ଅଛି ବୋଲି ଯେମିତି ଭୁଲିଯାଇଥିଲେ । ହେଲେ ପ୍ରଶାସନର ଉଦ୍ୟମ ପରେ ଦାଦନ ଦୁନିଆରୁ ଫେରିଆସି ଆଜି ମନଧ୍ୟାନ ଦେଇ ଦେଉଛନ୍ତି ମାଟ୍ରିକ୍ ପରୀକ୍ଷା । ଘରେ ଜୋରସୋରରେ ତୟାରି ବି କରୁଛନ୍ତି । ପୁଣି କହୁଛନ୍ତି, ପାସ୍ କରିବି ଆଉ କଲେକ୍ଟର ହେବି ।