Advertisment

ମିଳିଲାନି ଛୁଟି, ସାଲାଇନ୍ ଧରି ସ୍କୁଲରେ ଶିକ୍ଷକ

ଦେହ ଖରାପ ସତ୍ତ୍ବେ ମିଳିଲାନି ଛୁଟି। ମାନିଲେନି ପ୍ରିନ୍ସିପାଲ୍, ଶିକ୍ଷକ ହେଲେ ଗୁରୁତର। ସାଲାଇନ୍ ଲଗାଇ ସ୍କୁଲ ଦୁଆରେ ଛାଡ଼ିଲେ ପରିବାର।

Advertisment

ଦେହ ଖରାପ ସତ୍ତ୍ବେ ମିଳିଲାନି ଛୁଟି। ମାନିଲେନି ପ୍ରିନ୍ସିପାଲ୍, ଶିକ୍ଷକ ହେଲେ ଗୁରୁତର । ସାଲାଇନ୍ ଲଗାଇ ସ୍କୁଲ ଦୁଆରେ ଛାଡ଼ିଲେ ପରିବାର । ଦର୍ଶକବନ୍ଧୁ ଥରେ ଦେଖନ୍ତୁ ବଲାଙ୍ଗିର ଭଇଁଷା ଆଦର୍ଶ ବିଦ୍ୟାଳୟର ଏ ଅଭାବନୀୟ ଦୃଶ୍ୟକୁ। ସ୍କୁଲ ଦୁଆରେ ଛିଡ଼ା ହୋଇଛନ୍ତି ଶିକ୍ଷକ। ଶୁଖି ଯାଇଛି ମୁହଁ, ହାତରେ ଲାଗିଛି ସାଲାଇନ୍। ଶରୀର ଏତେ ଦୁର୍ବଳ ଯେ ଛିଡ଼ା ହେବାକୁ ମଧ୍ୟ ଶକ୍ତି ନାହିଁ। ହେଲେ ଏଭଳି ଅବସ୍ଥାରେ ମଧ୍ୟ ସେ ସ୍କୁଲ ଆସିଛନ୍ତି। କାହିଁକି ଜାଣଛନ୍ତି ? ଦେହ ଖରାପ ଥିବା ସତ୍ତ୍ୱେ ତାଙ୍କୁ ଛୁଟି ମିଳିନାହିଁ। ଇଏ ହେଉଛନ୍ତି ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇ। ଦେହ ଅସୁସ୍ଥ ତଥା ଅଜାଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ସେ ସ୍କୁଲର ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ପ୍ରଧାନଙ୍କୁ ଛୁଟି ମାଗିଥିଲେ। ହେଲେ ଛୁଟି ଦବା ବଦଳରେ ଅଧିକ କାମ ଦେଲେ ମ୍ୟାଡମ। ଯାହାକୁ କରି ଅଧିକ ଅସୁସ୍ଥ ହୋଇଗଲେ ପ୍ରକାଶ। ତଥାପି ଛୁଟି ମିଳିଲାନି, ତେଣୁ ଗୁରୁତର ଅବସ୍ଥାରେ ସାଲାଇନ ଲଗାଇ ପରିବାର ସହିତ ସ୍କୁଲ ଆସିଥିଲେ ପ୍ରକାଶ।

Advertisment
Govt Teacher Balangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ