Advertisment

Nipah Virus Alert : 'ନିପା' ଭୟ, ଅପରାହ୍ଣରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନିପା ଭାଇରସକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ଣରେ ଲୋକସେବା ଭବନରେ ବସିବ ବୈଠକ। ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

nipha
Advertisment

ପଶ୍ଚିମବଙ୍ଗରେ ବଢୁଛି 'ନିପା' ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଓଡ଼ିଶାରେ ଛନକା ବଢିଛି। ନିପା ଭାଇରସକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ଣରେ ଲୋକସେବା ଭବନରେ ଏହି ବୈଠକ ବସିବ। ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ନିପା ଭାଇରସ୍ ର ସତର୍କତା ଓ ପ୍ରସ୍ତୁତି ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।

Advertisment

ତେବେ ବର୍ତ୍ତମାନ ସୁଧା ଓଡ଼ିଶାରେ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇନାହାନ୍ତି। ଓଡ଼ିଶାକୁ ଏଯାଏଁ ବ୍ୟାପିନି, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ ବୋଲି ଗତକାଲି କହିଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। 

Odisha Health Minister nipah virus scare Nipah Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ