Advertisment

ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ନବଜାତ ମୃତ

ଭଦ୍ରକରେ ଅଭାବନୀୟ ଘଟଣା। ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ନବଜାତ ମୃତ, ମାଆ ଗୁରୁତର। ଛାତି ଫଟାଇଦେଲା ଆନ୍ଦୋଳନ ସମୟର ଦୃଶ୍ୟ। ବର୍ଷାରେ ନାତିର ମୃତଦେହ ଜଗିବସିଥିଲେ ଅଜା। ଛତାଟିଏ ଧରି ରାସ୍ତାରେ ମୃତଦେହ ଜଗିଥିଲେ ଅଜା। ଯିଏ ଦେଖୁଥିଲା, ଆଖିରୁ ଲୁହ ଝରିଆସୁଥିଲା

Advertisment

ବିଚ୍ ରାସ୍ତାରେ ଚିର ନିଦ୍ରାରେ ଶୋଇ ଯାଇଛି ନବଜାତ ଶିଶୁ। ପାଖରେ ଜଗି ବସିଛନ୍ତି ଅସହାୟ ଅଜା। ଘରୋଇ ଅଲଟ୍ରାସାଉଣ୍ଡ ସଂସ୍ଥାର ସାଂଘାତିକ ତ୍ରୁଟି ସମ୍ପର୍କରେ ମୁହଁ ଖୋଲିବାକୁ ସାଙ୍ଗରେ କେହି ନାହିଁ। ଆଉ ହୃଦୟ ବିଦାରକ ଘଟଣାକୁ ଦେଖି, ସମବେଦନା ଜଣାବାକୁ ଆଜି ଆକାଶ ବି କାନ୍ଦିଛି। ଭଦ୍ରକ ସହରରେ ଆଜି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇଁ ଆଖି ବୁଜି ଦେଇଛି ଗର୍ଭସ୍ଥ ସନ୍ତାନ, ଆଉ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ଯୁଝୁଛି ମାଆ।

Advertisment
Bhadrak Ultrasound
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ