Advertisment

Nayagarh Artisan: ଯେତେ କଷ୍ଟ ହେଉ ପଛେ ଛାଡି ନାହାନ୍ତି କୌଳିକ ବୃତ୍ତି

ଆଧୁନିତକାର ମାଡରେ ନିଜ ପୂର୍ବ ପୁରୁଷର ପରମ୍ପରାକୁ ବଞ୍ଚାଇ ରଖିବା ଏବେ ସହଜ ନୁହେଁ। ଏନେଇ ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଜରୁରୀ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନୟାଗଡ଼ ଇଟାମାଟି ରତନପୁର ସାହିର ବସନ୍ତ କୁମାର ସାହୁ।

Nayagarh Artisan

ଯେତେ କଷ୍ଟ ହେଉ ପଛେ ଛାଡି ନାହାନ୍ତି କୌଳିକ ବୃତ୍ତି Photograph: (OTV)

Advertisment

ଆଧୁନିତକାର ମାଡରେ ନିଜ ପୂର୍ବ ପୁରୁଷର ପରମ୍ପରାକୁ ବଞ୍ଚାଇ ରଖିବା ଏବେ ସହଜ ନୁହେଁ। ଏନେଇ ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଜରୁରୀ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନୟାଗଡ଼ ଇଟାମାଟି ରତନପୁର ସାହିର ବସନ୍ତ କୁମାର ସାହୁ। 

Advertisment

ସେ ପୂର୍ବ ପୁରୁଷର ପରମ୍ପରାକୁ ବଞ୍ଚାଇ ରଖିବା ସହ ପାରମ୍ପରିକ ହସ୍ତଶିଳ୍ପ ଜାରୀ ରଖିଛନ୍ତି। ପିତଳରେ ଅନେକ କରୁକାର୍ଯ୍ୟ କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପିତ୍ତଳରେ ଅନେକ ସାମଗ୍ରୀ ସାଙ୍ଗକୁ ନାଗ ମୂର୍ତ୍ତିକୁ କୌଳିକ ବୃତ୍ତି ରୂପେ ଆପଣେଇ ନେଇଛନ୍ତି। ବସନ୍ତଙ୍କ ସାରା ପରିବାର ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତି। ପୌରାଣିକ ନାଟକରେ ବ୍ୟବହୃତ ବିଭିନ୍ନ ମୁଖା ଓ ଅଙ୍ଗ ଆଭୁଷଣ ତିଆରି କରି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ। 

ବସନ୍ତଙ୍କ ଯାଦୁକାରି ହାତବାଜିଲେ ସଜୀଵ ହୋଇଉଠେ ନିର୍ଜୀବ ବସ୍ତୁ। ସେ ନୟାଗଡ଼ର ଜଣେ ସଫଳ ହସ୍ତଶିଳ୍ପୀ ଭାବେ ବେଶ ପରିଚିତ। ଏବେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଅନେକ ଆକର୍ଷଣୀୟ ପଦାର୍ଥ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ନିଜ ପୂର୍ବ ପୁରୁଷର ପରମ୍ପରାକୁ ବଞ୍ଚାଇ ରଖିବା ସହ ପାରମ୍ପରିକ ପିତଳ ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ରୂପେ ଆପଣେଇ ନେଇଛନ୍ତି। 

Advertisment

ଆଧୁନିକତାର ଛାପରେ ଦିନକୁ ଦିନ ହାତ ତିଆରି ପିତ୍ତଳ ମୂର୍ତ୍ତିର ଚାହିଦା କମି କମି ଆସୁଥିବା ବେଳେ ବସନ୍ତଙ୍କ ସାରା ପରିବାର ବର୍ଷ ବର୍ଷ ଧରି ଏହି ପିତଳ ମୂର୍ତ୍ତି ତିଆରିରେ ମନୋନିବେଶ କରୁଛନ୍ତି। ପିତଳ ନାଗମୂର୍ତ୍ତି ସମେତ ପୌରାଣିକ ନାଟକରେ ବ୍ୟବହୃତ ବିଭିନ୍ନ ମୁଖା ଓ ଅଙ୍ଗ ଆଭୁଷଣ ଆଦି ତିଆରି କରି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ବସନ୍ତ ଓ ତାଙ୍କ ପରିବାର। 

ସୂଚନା ମୁତାବକ, ବସନ୍ତଙ୍କ ପୂର୍ବ ପୁରୁଷ ବର୍ଷ ବର୍ଷ ଧରି ପିତଳ ମୂର୍ତ୍ତି ତିଆରିକୁ ନିଜର କୁଳ ବେଉଷା ରୂପେ ଆଦରି ନେଇଥିଲେ। ତେବେ ପରିବାରର ଶେଷପିଢ଼ି ଭାବେ ବସନ୍ତ ଏହି କୌଳିକ ବୃତ୍ତିକୁ ବଜାୟ ରଖିଥିବା ବେଳେ ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ଏହି କୌଳିକ ବୃତ୍ତି ପ୍ରତି ଆଗ୍ରହ କମି ଆସୁଛି ବୋଲି ସେ କହିଛନ୍ତି। ତାଙ୍କ ଝିଅ ଅର୍ପିତା ମଧ୍ୟ ସୁନ୍ଦର କଳାକୃତି କରିପାରୁଛନ୍ତି। ବାପାଙ୍କ ଠାରୁ ଶିଖି ନିଖୁଣ କାରିଗରୀର ପ୍ରମାଣ ଦେଇଛନ୍ତି ଅର୍ପିତା। ସେପଟେ ସରକାରୀ ସହାୟତାର ଅଭାବ, ବିକ୍ରିର ଅସୁବିଧା ସାଙ୍ଗକୁ ପରିଶ୍ରମ ତୁଳନାରେ ଉଚିତ ପାରିଶ୍ରମିକ ମିଳୁ ନ ଥିବାରୁ ଏହି ହସ୍ତକଳା ପ୍ରତି ଅନ୍ୟମାନେ ଆଗ୍ରହ ଦେଖାଉ ନଥିବା ବସନ୍ତ କହିଛନ୍ତି। 

Advertisment

ତେବେ ଏ ଦିଗରେ ସରକାରୀ ପ୍ରୋତ୍ସାହନ ମିଳିଲେ ବସନ୍ତଙ୍କ ପରି ଅନେକ ହସ୍ତଶିଳ୍ପୀ କାରିଗର ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା କରାଯାଏl

Brass Artisans Nayagarh Odisha Handicraft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ