ଅଦ୍ୟତନ ହୋଇଛି
House Fire
Advertisment
ଆପେ ଆପେ ବାହାରୁଛି ଧୂଆଁ। ଦେଖୁ ଦେଖୁ ଲାଗୁଛି ନିଆଁ। ଘରେ ନିଆଁ, ବାହାରେ ନିଆଁ। ଯୁଆଡେ ଚାହିଁବ ସିଆଡେ କେବଳ ନିଆଁ। ଦାଉ ଦାଉ ହୋଇ ଜଳି ଯାଉଛି ଲୁଗାପଟା। ପୋଡି ପାଉଁଶ ହୋଇଯାଉଛି ଘରର ଆସବାବପତ୍ର। ହୁତୁ ହୁତୁ ହୋଇ ସବୁ ଜଳି ଯାଉଛି । ମଣିଷକୁ ବି ଛାଡ଼ୁନି ଗୋଡେଇ ଗୋଡେଇ ଲାଗୁଛି ନିଆଁ । ଶୋଇଥିବା ବେଳେ କେତେବେଳେ ଶାଢ଼ୀ ଜଳିଯାଉଛି କେତେବେଳେ ଖାଇବା ବେଳେ ଜଳିଯାଉଛି କାନି । ପୁରୀ ଜିଲ୍ଲା ହାଟସାହି ପଞ୍ଚାୟତ ବଳନ୍ତସିଂହ ଦେଉଳି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us